ସ୍ମାଇଲଗୋଲ୍ଡ୍ ପକ୍ଷରୁ ମନ୍ମଥ ମିଶ୍ର ଓ ସାଥୀଙ୍କ ଦ୍ୱାରା ଭଜନସନ୍ଧ୍ୟା ଭୁବନେଶ୍ୱର,୧୬/୧୧: ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅଧିନ ତେଂଟୋଇ ଓ ବନ୍ଧମୁଣ୍ଡା ଠାରେ ସୁପ୍ରସିଦ୍ଧ ଯୁମନାସ୍ନାନ ଦୋଳମେଳଣ ଅନୁଷ୍ଠିତ ହୋଇଯାଇଛି। ଦୋଳମେଳଣରେ ଜଗତସିଂହପୁର ଓ ପୁରୀ ଜିଲାର ୧୪ଟି ଦୋଳ ସାମିଲ ହୋଇଥିଲେ। ମେଳଣ ଅବସରରେ ରାଜ୍ୟର ଜଣାଶୁଣା ଶିଳ୍ପସଂସ୍ଥା ଜୟଦୂର୍ଗା ହୋମକେୟାର(ସ୍ମାଇଲ୍ ପ୍ଲସ) ଓ ଶହୀଦ ନଗର ଭୁବନେଶ୍ୱର ଠାରେ ଥିବା ସ୍ମାଇଲ୍ ଗୋଲ୍ଡ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ନାମକରା ଗୀତିକାର ମନ୍ମଥ ମିଶ୍ର ଏବଂ ତାଙ୍କ ସାଥୀ ମାନଙ୍କ ଦ୍ୱାରା ନୂଆ ଓ ପୁରୁଣା ଭଜନ ପରିବେଷଣ କରାଯାଇଥିଲା। ଯାହା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁଥିଲା। ଦୋଳମେଳଣ ଆରମ୍ଭ ବେଳେ ରାତି ୨ଟାରୁ ଭଜନସନ୍ଧ୍ୟା ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଭଜନ ସନ୍ଧ୍ୟା ଶେଷରେ ଶ୍ରୀ ମିଶ୍ର ଓ ତାଙ୍କ ସାଥି କଳାକାର ମାନଙ୍କୁ ଭୁବନେଶ୍ୱରର ସ୍ମାଇଲ ଗୋଲ୍ଡ ଅଳଙ୍କାର ପ୍ରତିଷ୍ଠାନର ମୁଖ୍ୟ ତଥା ଯୁବ ଶିଳ୍ପୋଦ୍ୟୋଗୀ ବାବୁରାମ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ। ମେଳଣରେ ବହୁସଂଖ୍ୟାରେ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ। ଖୁବ୍ ଶାନ୍ତିଶୃଙ୍ଖଳାର ସହ ମେଲଣ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ନାଉଗାଁ ଅଞ୍ଚଳରେ ବେଶ୍ ଖ୍ୟାତ ଯମୁନାସ୍ନାନ ଦୋଳମେଳଣ ଅବସରରେ ପୂର୍ବବର୍ଷ ମାନଙ୍କରେ