ଲୋକୋ ପାଇଲଟଙ୍କର ଅନଶନ
ପାରାଦ୍ୱୀପ,୨୧।୨: ରେଲୱେ ବିଭାଗର ଅଲ୍ ଇଣ୍ଡିଆ ଲୋକୋ ପାଇଲଟ ମାନଙ୍କ ପକ୍ଷରୁ ଅନଶନ ଆରମ୍ଭ ହୋଇଛି। ଙ୍ଲୋକୋ ପାଇଲଟ ମାନଙ୍କ କହିବା କଥା, ଦିର୍ଘବର୍ଷ ଧରି ବିଭିନ୍ନ ଦାବୀକୁ ରେଲୱେ ବିଭାଗ ଅଣଦେଖା କରୁଛି। ଟ୍ରାନ୍ସପୋର୍ଟିଂ ଆଲାଉନ୍ସ ବଦଳରେ କିଲୋମିଟର ଆଲାଉନ୍ସ ଦିଆଯାଉଛି। ୯ ଘଣ୍ଟା କାମ କରିବା ପାଇଁ ନିୟମଥିଲେ ମଧ୍ୟ ସେମାନେ ୧୨ ରୁ ୧୩ ଘଣ୍ଟା କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି।
କେନ୍ଦ୍ର ସରକାର ପେନସନ ଯୋଜନାକୁ ଉଠାଇ ଦେଇ ୨୦୦୪ ଏନପିଏସ ଲାଗୁ କରିଥିବା ବେଳେ ଏହାକୁ ବଦଳାଯାଇ ୨୦୨୪ ପରେ ୟୁପିସି କରାଯାଇଛି। ଯାହାକୁ ବିରୋଧ କରିବା ସହିତ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ପାରାଦ୍ଵୀପ ରେଲୱେ ବିଭାଗର ରନିଂ ରୁମ୍ ସମ୍ମୁଖରେ ପାରାଦ୍ଵୀପ ଲୋକ ପାଇଲଟ ଶାଖା ପକ୍ଷରୁ ଏହି ୩୬ ଘଣ୍ଟିଆ ଆମରଣ ଅନଶନ କରାଯାଉଛି।

