Search
Close this search box.

ଭିନ୍ନକ୍ଷମ ଶିଶୁର ପରିବାରକୁ ୧୧ ଲକ୍ଷ ୭୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

👇ଖବର ଶୁଣିବାକୁ ଏଠାରେ କ୍ଲିକ୍ କରନ୍ତୁ |

ଭିନ୍ନକ୍ଷମ ଶିଶୁର ପରିବାରକୁ ୧୧ ଲକ୍ଷ ୭୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

ଜଗତସିଂହପୁର – ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଲଟ୍ରାସାଉଣ୍ଡ ରିପୋର୍ଟରେ ଗର୍ଭସ୍ଥ ବିକଳାଙ୍ଗ ଶିଶୁକୁ ସୁସ୍ଥ ଦର୍ଶାଇବା ପରେ ହାତ ଓ ପାଦ ବିହୀନ ବିକଳାଙ୍ଗ ଶିଶୁ ଜନ୍ମ ହେବା ଘଟଣା ୨୦୨୧ ମସିହାରେ ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପ୍ରକାଶଥାଉ କି ତିର୍ତ୍ତୋଲ ବ୍ଲକ କୋଲର ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମ ର ମନୋରଞ୍ଜନ ଚୁଳିଙ୍କ ସ୍ତ୍ରୀ ବନ୍ଦନା ଦାସ ପ୍ରଥମେ ଗର୍ଭବତୀ ହେବା ପରେ ରାହାମାର ଏଲଆଣ୍ଡପି ହସ୍ପିଟାଲ ଓ ଡାକ୍ତର ପ୍ରତାପ କେଶରୀ ଦାସଙ୍କ ପାଖରେ ନିୟମିତ ଚିକିତ୍ସିତ ହେଉଥିଲେ। ପ୍ରତିଥର ଅଲଟ୍ରାସାଉଣ୍ଡ ପରେ ମହିଳା ଜଣକ ଗର୍ଭସ୍ଥ ବୋଲି ରିପୋର୍ଟ ପ୍ରଦାନ କରିଥିଲେ। ତେବେ ବିକଳାଙ୍ଗ ଶିଶୁ ଜନ୍ମ ହେବା ପରେ ଅଲ୍ ଇଣ୍ଡିଆ କଞ୍ଜୁମର ୱେଲ୍ଫେୟlର କାଉନସିଲ ମହିଳା ଶାଖାର  ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସହାୟତାରେ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଓ ଆଇନଜୀବୀ ଓମ୍ ପ୍ରକାଶ ଦାସ ଙ୍କ ଜରିଆରେ ଏକ ମାମଲା ଦାୟର କରିଥିଲେ। ଜିଲ୍ଲା ଖାଉଟି ଅଦାଲତ ଏହାର ଶୁଣାଣି କରି ସଂପୃକ୍ତ ଡାକ୍ତର ଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତି ପୁରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଡାକ୍ତର ଦାସ ଜିଲ୍ଲା ଖାଉଟି ଅଦାଲତ ର ନିର୍ଦ୍ଦେଶ କୁ ଚ୍ୟାଲେଞ୍ଜ କରି ରାଜ୍ୟ ଖାଉଟି କମିଶନଙ୍କ ନିକଟରେ କେସ ଦାୟର କରିଥିଲେ।ରାଜ୍ୟ ଖାଉଟି କମିଶନ ଶିଶୁର କ୍ଷତିପୂରଣ ବାବଦ କୁ ୬୦ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ କରି ଜିଲ୍ଲା ଖାଉଟି ଫୋରମ୍ କୁ କେସର ପୁନର୍ବାର ବିଚାର ପାଇଁ ପଠାଇଥିଲେ। ଡାକ୍ତର ଦାସ ମଧ୍ୟ ସଂପୃକ୍ତ ପରିବାର କୁ ଚେକ୍ ମାଧ୍ୟମ ରେ ୭୦ ହଜାର ଟଙ୍କା ପୈଠ କରିଥିଲେ। ଦୀର୍ଘ ୪ ବର୍ଷ ପରେ ଜିଲ୍ଲା ଖାଉଟି ଫୋରମ୍ ର ଡିସିଡିଆରସି ପ୍ରଭାତ କୁମାର ପାଢ଼ୀ ଓ ସଭ୍ୟl ମଧୁସ୍ମିତା ସ୍ୱାଇଁ ବହୁ ବିଚାର ବିମର୍ଷ ପୂର୍ବକ ଜିଲ୍ଲା ଖାଉଟି ଫୋରମ୍ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ୧୧ ଲକ୍ଷ ୭୦ ହଜାର ଟଙ୍କା କ୍ଷତି ପୂରଣ ଦେବା ସହ ପିଲା ଜନ୍ମରୁ ଆଜି ପର୍ଯ୍ୟନ୍ତ ୧୦ଲକ୍ଷ ଟଙ୍କାର ୧୦ ପର୍ସେଣ୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
Odisha News 9
Author: Odisha News 9

Leave a Comment