Search
Close this search box.

ବାପି ସାରଖେଲଙ୍କ ନେତୃତ୍ୱରେ ମିଳିଲା ସଫଳତା

👇ଖବର ଶୁଣିବାକୁ ଏଠାରେ କ୍ଲିକ୍ କରନ୍ତୁ |

ପାରାଦ୍ଵୀପ କ୍ୟାଲସିନର ବ୍ୟାଗିଙ୍ଗ ଶ୍ରମିକଙ୍କ ସମସ୍ୟାର ସମାଧାନ

ବାପି ସାରଖେଲଙ୍କ ନେତୃତ୍ୱରେ ମିଳିଲା ସଫଳତା

ପାରାଦ୍ୱୀପ,୨୦।୨: ପାରାଦ୍ଵୀପ କ୍ୟାଲସିନର ଲିମିଟେଡ଼ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟାଗିଙ୍ଗ ଶ୍ରମିକ ମାନଙ୍କ ମୌଳିକ ସମସ୍ୟାର ପୂର୍ଣ୍ଣ ସମାଧାନ ହୋଇଛି।ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସର୍ଖେଲଙ୍କ ନେତୃତ୍ଵରେ ଗତକାଲି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ମିଳିତ ଚୁକ୍ତିନାମା ପଞ୍ଜୀକୃତ ହୋଇଛି। ଏହି ଚୁକ୍ତିନାମାରେ “କାମ ନାହିଁ ତ ଦରମା ନାହିଁ” ବଦଳରେ ବାଧ୍ୟତାମୂଳକ ମାସିକ ୨୬ ଦିନର ଡ୍ୟୁଟି ପ୍ରଦାନ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ପାଇଁ କମ୍ପାନୀ କର୍ତ୍ତୁପକ୍ଷ ସହମତି ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଫଳରେ ଶ୍ରମିକ ମାନଙ୍କୁ ପୂର୍ବରୁ ମିଳୁଥିବା ଦରମାରେ ଆଉ ଅଧିକ ପ୍ରାୟ ୪,୧୦୦ ଟଙ୍କା ବୃଦ୍ଧି ହୋଇଛି। ଏହାଦ୍ୱାରା ଦୀର୍ଘ ୨୦ ରୁ ୨୫ ବର୍ଷ ଧରି ସୂଚାରୁ ରୂପେ କାମ କରୁଥିବା ୧୪୦ରୁ ଉର୍ଦ୍ଧ୍ଵ ଶ୍ରମିକ ଲାଭ ପାଇବେ। ଦୀର୍ଘ ଦିନର ଦାବିକୁ ମାନି ନେଇଥିବାରୁ ପାରାଦ୍ଵୀପ କ୍ୟାଲସିନର ଲିମିଟେଡ଼ କମ୍ପାନୀର ସମସ୍ତ ଉଚ୍ଚପଦାଧିକାରୀଙ୍କୁ ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ବାପି ସର୍ଖେଲ ଓ ସାଧାରଣ ସମ୍ପାଦକ ସମୀର ବିଶ୍ଵାଳ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି। ଏହି ସଫଳତା ପାଇଁ କର୍ମଚାରୀ ମାନେ ଶ୍ରୀ ସାରଖେଲଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ ଶ୍ରୀ ସାରଖେଲଙ୍କ ନେତୃତ୍ୱରେ ପାରାଦ୍ୱୀପର ହଜାର ହଜାର ଶ୍ରମିକ ନିଜର ଦାବି ହାସଲ କରିବାରେ ସମର୍ଥ ହୋଇଛନ୍ତି।

Odisha News 9
Author: Odisha News 9

Leave a Comment