ପାରାଦୀପରେ ପାଲା କଳାକାର ସଂଘର ବାର୍ଷିକ ସମ୍ମିଳନୀ
ପାରାଦୀପ – ପାରାଦୀପ ପୋର୍ଟ ବଣିକ ସଙ୍ଘ ସହଯୋଗରେ ବଡ଼ପଡ଼ିଆ ସ୍ଥିତ ଦୁର୍ଗା ମନ୍ଦିର ପରିସରରେ ଦୁଇ ଦିନ ବ୍ୟାପି ମିଳିତ ପାଲା କଳାକାର ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ସନ୍ଧ୍ୟାରେ ସଂଘର ସଭାପତି ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଆୟୋଜିତ ସାହିତ୍ୟ ସଭାରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଲୁପ୍ତ ହେବାକୁ ଯାଉଥିବା ଓଡ଼ିଶାର ସର୍ବପୁରାତନ ଲୋକ ସଂସ୍କୃତି ଓ ଏହାର କଳାକାର ମାନଙ୍କର ଉତଥାନ ନିମିତ୍ତ ପାଲା କଳାକାର ସଙ୍ଘର ଉଦ୍ୟମ କୁ ଉଚ୍ଚ ପ୍ରଶଂସା କରିଥିଲେ l ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୧୫ ନମ୍ବର ୱାର୍ଡ ପାରିଷଦ ସୌଦାମିନୀ ସାହୁ,ଶାରଳା ପାଲା କଳାକାର ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ଅଭିଭକ୍ତ କଟକ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, ପାରାଦୀପ ପୋର୍ଟ ବଣିକ ସଙ୍ଘ ସଭାପତି କ୍ଷୀରୋଦ କୁମାର ସ୍ୱାଇଁ, ସମାଜସେବୀ ତଥା ଶ୍ରମିକ ନେତା ରାକେଶ ପଟ୍ଟନାୟକ,ବଣିକ ସଙ୍ଘ କାର୍ଯ୍ୟକର୍ତ୍ତା ଗୋଲେଖ ଚନ୍ଦ୍ର ସାହୁ, ଅମୀୟ କୁମାର ପାଣି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇ ପାଲା ସ୍କ୍ୱାଂସ୍କୃତି ର ସୁରକ୍ଷା ଦିଗରେ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ l ଦୁଇଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ସହଯୋଗୀତା ପାଲା ପରିବେଷଣ ଓ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
