ରାଜ୍ୟ ବୀମା ବିଭାଗ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର
ପାରାଦୀପ – ପାରାଦୀପ ସ୍ଥିତ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟରେ କାର୍ଯ୍ୟରତ ବୀମାଭୁକ୍ତ କର୍ମଚାରୀ ଏବଂ ସେମାନଙ୍କ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଅଭିଜ୍ଞ ଡାକ୍ତରଙ୍କ ଦଳ ମାଗଣା ଡାକ୍ତରୀ ପରୀକ୍ଷା, ପରାମର୍ଶ ଏବଂ ମାଗଣା ଔଷଧ ଯୋଗାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡା.ସୌମ୍ୟ ଦତ୍ତ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଜ୍ଞାନ ରଞ୍ଜନ ସ୍ୱାଇଁ ଯୋଗ ଦେଇଥିଲେ।କର୍ମଚାରୀ ରାଜ୍ୟ ବୀମା ହସ୍ପିଟାଲ ଭୁବନେଶ୍ୱରର ବିଭିନ୍ନ ବିଶେଷଜ୍ଞ ଡା.ତନୁଶ୍ରୀ ମିଶ୍ର (ଅଙ୍କୋଲୋଜି ବିଶେଷଜ୍ଞ), ଡା. ବନ୍ଦିତା ପ୍ରିୟଦରିଶିନୀ (ସ୍ତ୍ରୀ ରୋଗ ବିଶେଷଜ୍ଞ), ଡା. ଲକ୍ଷ୍ମୀକାନ୍ତ ଦେବତା (ଅସ୍ଥିଶଲ୍ୟ ବିଶେଷଜ୍ଞ),ପ୍ରଫେସର ଡା.ପି.କେ.ପ୍ରଧାନ (ହୃଦରୋଗ ବିଶେଷଜ୍ଞ),ପ୍ରଫେସର ଡକ୍ଟର ଏସ୍.ପି.ଶତପଥୀ (ନ୍ୟୁରୋସର୍ଜରୀ ବିଶେଷଜ୍ଞ),ଡକ୍ଟର ସ୍ୱୟଂ ପଣ୍ଡା (ନ୍ୟୁରୋଲୋଜି ବିଶେଷଜ୍ଞ),ଡକ୍ଟର ରାହୁଲ ପାଟିଲ (ଅଙ୍କୋଲୋଜି ବିଶେଷଜ୍ଞ) ଙ୍କ ସମେତ ଡା.ଋତ୍ୱିଶ ମହାନ୍ତି, ଡା.ଅସୀମ ଅରୁଣ,ଡା.କର୍ମକାର, ଡା.ଜ୍ଞାନ ଚାନ୍ଦ ଏବଂ ଡା.ପୂଜା ଦାଶ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ସମସ୍ତ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏହି ସ୍ୱାସ୍ଥ୍ୟ ଶିବିରରେ ରକ୍ତ ପରୀକ୍ଷା, ମଧୁମେହ ପରୀକ୍ଷା, କର୍କଟ ସ୍କ୍ରିନିଂ, ଇସିଜି, ଇକୋ, ବିଏମଡି ପରୀକ୍ଷା, ଚକ୍ଷୁ ଏବଂ ଦନ୍ତ ପରୀକ୍ଷା ସମେତ ବିଭିନ୍ନ ପ୍ରକାରର ନିଦାନ ସେବା ମଧ୍ୟ ପ୍ରଦାନ କରାଯାଇଥିଲା।

