ବ୍ରାଉନସୁଗାର ବେପାରୀ ଜେଲଗଲା
ପାରାଦ୍ଵୀପ: ପାରାଦ୍ଵୀପ ଲକ୍ ଥାନା ପକ୍ଷରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରାଯାଇଛି। ତା ନିକଟରୁ ୯.୨ ଗ୍ରାମର ବ୍ରାଉନ ସୁଗାର, ଗୋଟିଏ ମୋବାଇଲ, ୧୧୨୦ ଟଙ୍କା ଓ ଗୋଟିଏ କଳା ପଲସର ଗାଡ଼ି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ ବଡକୁଳ ଗ୍ରାମର ବିଶ୍ବନାଥ ବେହେରା । ବିଶ୍ବନାଥ ପାରାଦ୍ଵୀପ ଜିରୋ ପଏଣ୍ଟ ନିକଟରେ ନିଜ ସହଯୋଗୀ ସହିତ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଲକ୍ ଥାନା ଏସଆଇ ଲାକ୍ରା ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଚଢ଼ାଉ କରିଥିଲେ। ଏଥିରେ ବିଶ୍ବନାଥଙ୍କ ସହଯୋଗୀ ଦୈାଡି ପଳାଇଥିବା ବେଳେ ବିଶ୍ବନାଥ ଙ୍କୁ ଗିରଫ କରାଯାଇଥିଲା। ବିଶ୍ବନାଥ ଙ୍କ ନାମରେ ପୂର୍ବରୁ ବ୍ରାଉନ ସୁଗାର ବ୍ୟବସାୟର ଅଭିଯୋଗ ଥିବା ବେଳେ ତାର ସହଯୋଗୀ ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଛି। ବିଶ୍ବନାଥକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ବେଳେ,ତାର ସହଯୋଗୀକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
