Search
Close this search box.

ବନ୍ଦର ନଗରୀର ବିଭିନ୍ନ ସମସ୍ୟାର ସମାଧାନ ନହଲେ କଳିଙ୍ଗ ମହିଳା ଶକ୍ତି କରିବ ଆନ୍ଦୋଳନ 

👇ଖବର ଶୁଣିବାକୁ ଏଠାରେ କ୍ଲିକ୍ କରନ୍ତୁ |

ବନ୍ଦର ନଗରୀର ବିଭିନ୍ନ ସମସ୍ୟାର ସମାଧାନ ନହଲେ କଳିଙ୍ଗ ମହିଳା ଶକ୍ତି କରିବ ଆନ୍ଦୋଳନ

ପାରାଦୀପ: ବନ୍ଦର ସହରର  ବିଭିନ୍ନ ମୌଳିକ ସମସ୍ୟା ଉପରେ  କଳିଙ୍ଗ ମହିଳା ଶକ୍ତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଥାନୀୟ ପାରାଦୀପ ଗଲ୍ଫ ପଡିଆ ଠାରେ ସଂଗଠନର ସଭାନେତ୍ରୀ ମନୋରମା ଖଟୁଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବନ୍ଦର ନଗରୀ ବାସିନ୍ଦା ଏବେ ବି ବହୁ ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ସହରରେ ଆବଶ୍ୟକ ଅଙ୍ଗନବାଡି ସେଣ୍ଟର ପ୍ରତିଷ୍ଠା କରାଯାଉ ନଥିବା ବେଳେ ଭାରୀଯାନ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତି କରାଯାଉନି। ଶିଳ୍ପାନୁଷ୍ଠାନ ମାନଙ୍କର ସାମାଜିକ ଦାୟିତ୍ୱବୋଧ (ସିଏସଆର)ବ୍ୟବସ୍ଥା ଜରିଆରେ ମହିଳାଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା,ଶିକ୍ଷାନୁଷ୍ଠାନ କଳେବର ବୃଦ୍ଧି, ପ୍ରଦୂଷଣ ନିୟନ୍ତ୍ରଣ, ବିଦ୍ୟୁତ ସେବା, ବେରୋଜଗାରୀଙ୍କୁ ରୋଜଗାର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ଏହି ସବୁ ଆବଶ୍ୟକତାକୁ ପୂରଣ କରିବାକୁ ସରକାର  ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ କଳିଙ୍ଗ ମହିଳା ଶକ୍ତି ଆନ୍ଦୋଳନ କରିବ ବୋଲି ସଂଗଠନର ଉପଦେଷ୍ଟା ବିଜୟ କୁମାର ପରିଡା, ରବୀନ୍ଦ୍ର ମଲ୍ଲିକ, ସଚ୍ଚିଦାନନ୍ଦ ନାୟକ , ସାଧାରଣ ସମ୍ପାଦିକା କମଳା ଓଝା, ଉପ ସଭାନେତ୍ରୀ ବିଜୟାଲକ୍ଷ୍ମୀ ଦାସ ପ୍ରମୁଖ କହିଛନ୍ତି।
Odisha News 9
Author: Odisha News 9

Leave a Comment