ବକେୟା ଅର୍ଥ ପଇଠ ପାଇଁ ସିୱେଜ ସଂସ୍ଥାର ପ୍ରତିଶୃତି
- Odisha News 9
- No Comments
-
Post Views: 45
👇ଖବର ଶୁଣିବାକୁ ଏଠାରେ କ୍ଲିକ୍ କରନ୍ତୁ |
ଅଧିକ ପ .଼ନ୍ତୁ |
- ବିଜ୍ଞାପନ
ର ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଙ୍ଘର ସଭାପତି ବିଜୟ କୁମାର ନାୟକ ଅଧକ୍ଷତା କରିଥିଲେ। ବୈଠକରେ ବିଶେଷ କରି ସିୱେଜ ସିପିଂ କମ୍ପାନୀ ଉପରେ ଥିବା ବକେୟା ଅର୍ଥ ଆଦାୟ ଉପରେ ଆଲୋଚନା ହୋଇଥିଲା। ବକେୟା ଅର୍ଥ କମ୍ପାନୀ କଣପାଇଁ ଅର୍ଥ ଦେଉନି ବୋଲି ସଂଘ ସଦସ୍ୟ ମାନେ ପ୍ରଶ୍ନ କରିଥିଲେ। ଡମ୍ଫର ମାଲିକ ସଂଘର ଅସନ୍ତୋଷକୁ ଆଖି ଆଗରେ ରଖି କମ୍ପାନୀର ବରିଷ୍ଠ ଅଧିକାରୀ ମାନେ ସଂଘ ବୈଠକରେ ସାମିଲ ହୋଇଥିଲେ। ୨୦୨୩ ମସିହା ଏପ୍ରିଲ ଠାରୁ କମ୍ପାନୀ ଉପରେ ଅର୍ଥ ବକେୟା ଥିବାରୁ ସଦସ୍ୟ ମାନେ ଅସନ୍ତୋଷ ଵ୍ୟକ୍ତ କରିଥିଲେ। ଗତବର୍ଷ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ବକେୟା ଅର୍ଥ ମାର୍ଚ୍ଚ ୧୦ତାରିଖ ମଧ୍ୟରେ ପ୍ରଦାନ କରିବାକୁ ସଂଘ ସଭାପତି ଶ୍ରୀ ନାୟକ କମ୍ପାନୀ କତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ। ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ବକେୟା ଅର୍ଥ ନମିଳିଲେ କମ୍ପାନୀର ପରିବହନ କାର୍ଯ୍ୟ କରାଯିବନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ଉପରସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ୩ମାସର ବକେୟା ଅର୍ଥ ପ୍ରଦାନ କରାଯିବ ବୋଲି କମ୍ପାନୀର ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ। ବକେୟା ଟଙ୍କା ମିଳିବା ପରେ ସଂଘ କମ୍ପାନୀର ପରିବହନ କାର୍ଯ୍ୟ କରିବ ବୋଲି ସଭାପତି ଶ୍ରୀ ନାୟକ, ସମ୍ପାଦକ ସୁରଜ ବାରିକ କମ୍ପାନୀ କତୃପକ୍ଷଙ୍କୁ କହିଥିଲେ। ଏହାବାଦ ଅନ୍ୟ ଏକ ଷ୍ଟିଭେଡର ସଂସ୍ଥା ଡ଼ମ୍ପର ମାଲିକ ମାନଙ୍କ ଲକ୍ଷ୍ୟାଧିକ ଟଙ୍କା ବକେୟା ରଖିଥିବା ନେଇ ସଦସ୍ୟମାନେ ମଧ୍ୟ ବୈଠକରେ ପ୍ରଶ୍ନ ଉଠାଇଥିଲେ।WhatsApp us