ମହାନଦୀରେ ଓଲଟି ପଡିଲା ଡଙ୍ଗା

👇ଖବର ଶୁଣିବାକୁ ଏଠାରେ କ୍ଲିକ୍ କରନ୍ତୁ |

ମହାନଦୀରେ ଓଲଟି ପଡିଲା ଯାତ୍ରୀବାହୀ ଡଙ୍ଗା

ଅଳ୍ପକେ ବର୍ତିଲେ ୫୦ରୁ ଅଧିକ ଯାତ୍ରୀ

ପାରାଦ୍ଵୀପ, ୧୯। ୨: ମହାନଦୀରେ  ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ବହୁ ଯାତ୍ରୀ ଅଳ୍ପକେ ଉଦ୍ଧାର ପାଇଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରାପଡାର ବାହାକୁଦ ଘାଟରୁ ଡଙ୍ଗାଟି ପାରାଦ୍ଵୀପ ଆସୁଥିଲା। ସନ୍ଧ୍ୟା ବେଳେ ପାରାଦ୍ଵୀପ ଓ ଆଖପାଖ ଅଞ୍ଚଳରେ ସାମାନ୍ୟ ବର୍ଷା ସହିତ ଜୋରରେ ପବନ ହୋଇଥିଲା। ଫଳରେ ଡଙ୍ଗାଟି ମୂଷାଡିଆ ଘାଟର ଅଳ୍ପ ଦୂରରେ ଭାରସାମ୍ୟ ହରାଇ ବୁଡିଯାଇଥିଲା। ଅଧିକ ଯାତ୍ରୀ ଥିବାରୁ  ଡଙ୍ଗାରେ ପାଣି ପଶିଯାଇଥିଲା। ଫଳରେ  ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଲା ବୋଲି ଯାତ୍ରୀ ମାନେ କହିଛନ୍ତି। ଡଙ୍ଗାରେ ୫୦ରୁ  ଉର୍ଦ୍ଧ୍ବ ଯାତ୍ରୀଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଏହି ଘାଟରେ ବେନିୟମ ଭାବେ ବିନା କୈାଣସି ଲାଇଫ ଜ୍ୟାକେଟ ନଥାଇ ଯାତ୍ରୀ ମାନଙ୍କୁ ଯାତାୟତ କରାଯାଉଛି। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଅଭିଯୋଗ ହେଉଛି।
Odisha News 9
Author: Odisha News 9

Leave a Comment